ବିଜେଡି ଶାସନର ଖୋଲୁଛି କେଳଙ୍କାରୀର ପେଡି
by Argus News
Sat, Jun 15 | 7:15 p.m.

ଅର୍ଗସ ବ୍ୟୁରୋ: ଚାକିରି ସରକାରୀ, ହେଲେ କାମ ପୂରା ଚାଲିଥିଲା ଦଳୀୟ ଭିତିରେ । କାରଣ ବିଜେଡି ଶାସନ ବେଳେ ଏକର ଏକର ଜମି ହାତେଇଛନ୍ତି ବଡ ବଡିଆ ବାବୁ । ଖାସ କରି ରାଜ୍ୟରେ ଅଣଓଡ଼ିଆ ଅଫିସରମାନେ ମନମାନି ଭୟଙ୍କର ଭାବରେ ବଢିଥିଲା । ଯାହାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଜଟଣୀ ତହସିଲ ଅଂଚଳର ‘ଖୋଲାଦ୍ୱାର’ ମୌଜାରେ ୬ଜଣ ଅଣଓଡ଼ିଆ ଅଫିସର ପ୍ରାୟ ଏକ ଏକରରୁ ଅଧିକ ମୂଲ୍ୟବାନ ଜମିର ମାଲିକାନା ହାସଲ କରିଥିବା ଜଣାପଡ଼ିଛି । ଏହି ୬ଜଣ ସର୍ବଭାରତୀୟ ସେବା ଅଫିସରଙ୍କ ମଧ୍ୟରୁ ମାତ୍ର ଜଣେଦୁଇଜଣଙ୍କୁ ବାଦ୍ ଦେଲେ ଅନ୍ୟମାନେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲବେଳେ ଜମି ସଂକ୍ରାନ୍ତରେ ତଥ୍ୟ ଲୁଚାଉଥିବାରୁ ଏହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । 

ନବୀନ ସରକାରରେ ନେତା ନୁହେଁ ବରଂ ପ୍ରଶାସକ ହିଁ ସର୍ବେସର୍ବା ଥିଲେ । ଖାସ୍‌ କରି ଆଇପିଏସ୍ ଡିଏସ୍ କୁଟ୍ଟେ, ଆଇପିଏସ୍ ଆଶୀଷ ସିଂ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନିଲକ୍ରିଷ୍ଣାଙ୍କ ସମେତ ଆଇପିଏସ୍ ୨୦୦୪ ବ୍ୟାଚର ଆଇପିଏସ୍ ଦୀପକ କୁମାର ଓ ନିତେନଜିତ୍ ସିଂହ ଏବଂ ୨୦୦୫ ଆଇଏଏସ୍ ଅଫିସର ରାଜେଶ ପ୍ରଭାକର ପାଟିଲ ମିଳିତ ଭାବେ ଜଟଣୀର ଖୋଲାଦ୍ୱାର ମୌଜାରେ ମିଳିତ ଭାବେ ପ୍ରାୟ ଏକ ଏକରରୁ ଅଧିକ ଜମି କ୍ରୟ କରିଥିବା ‘ଭୂଲେଖ’ ତଥ୍ୟରେ ଦର୍ଶାଯାଇଛି । ପ୍ରତ୍ୟେକ ଅଫିସରଙ୍କ ଭାଗରେ ୮ହଜାର ବର୍ଗଫୁଟର ଜମି ରହିଛି ।୨୦୧୨ ଜୁନ୍ ୧୩ ତାରିଖ ଓ ୨୦୧୨ ଜୁଲାଇ ୨୭ତାରିଖରେ ଏହି ଜମିଗୁଡ଼ିକର ମାଲିକାନା ସମ୍ପୃକ୍ତ ୬ଜଣ ଅଣଓଡ଼ିଆ ଅଫିସରଙ୍କୁ ମିଳିଥିଲା । ଖୋଲାଦ୍ୱାର ମୌଜାର ଖତିୟାନ ନମ୍ବର-୨୦୯,୨୪୨ ଓ ୬୫୦/୭୦ରେ ଥିବା ପ୍ଲଟ ନମ୍ବର ୭୨,୭୩,୭୪ ଓ ୭୧/୧୪୩୦ର ଜମିକୁ ଏହି ଅଫିସରମାନେ ନିଜ ଦଖଲରେ ରଖିଛନ୍ତି । ଏହି ସମସ୍ତ ଜମିର ୧୯୯୭ ବ୍ୟାଚ୍ ଆଇପିଏସ୍‌ କୁଟ୍ଟେଙ୍କ ସହ ୨୦୦୪ ବ୍ୟାଚର ୩ଜଣ ଆଇପିଏସ୍ ଓ ୨୦୦୫ ବ୍ୟାଚର ୨ଜଣ ଆଇଏଏସଙ୍କ ନାଁରେ ଥିଲେ ମଧ୍ୟ ସେମାନେ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରୁଥିବା ବାର୍ଷିକ ସମ୍ପତ୍ତି ବିବରଣୀରେ ଏହାକୁ ଉଲ୍ଲେଖ କରିନଥିବା ସୂଚନା ମିଳିଛି ।

କେନ୍ଦ୍ର ଗୃହମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେ ୨୦୧୭ ମସିହାର ସମ୍ପତ୍ତି ତାଲିକାରେ ଭୁବନେଶ୍ୱରରେ ପତ୍ନୀ ଲକ୍ଷ୍ମୀ କୁଟ୍ଟେଙ୍କ ନାଁରେ ବିପୁଳ ଗାର୍ଡେନରେ ଗୋଟିଏ ଫ୍ଲାଟ୍ ଥିବା ଓ ତାଙ୍କ ନାଁରେ ଖୋଲାଦ୍ୱାର ମୌଜାରେ ୭ହଜାର ବର୍ଗଫୁଟ ଜମି ଥିବା ନେଇ ଉଲ୍ଲେଖ କରିଥିଲେ । ଏହି ଜମିକୁ ଅନ୍ୟ ୫ଜଣ ଅଣଓଡ଼ିଆ ଅଫିସରଙ୍କ ସହ ମିଶି ମାଲିକାନା ସତ୍ତ୍ୱ ରଖିଛନ୍ତି ବୋଲି ଦର୍ଶାଇଛନ୍ତି । ତେବେ ୨୦୧୭ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିବା ପରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଥିଲେ । ୨୦୧୯ ମସିହାର ସମ୍ପତ୍ତି ତାଲିକାରେ ପତ୍ନୀ ଲକ୍ଷ୍ମୀଙ୍କ ନାଁରେ ଥିବା ଫ୍ଲାଟ୍ ଓ ଖୋଲାଦ୍ୱାର ମୌଜା ଜମି ସମ୍ପର୍କରେ ଆଉ କେନ୍ଦ୍ର ସରକାରଙ୍କୁ ଅବଗତ କରାଇନଥିଲେ ।  ଯଦିଓ ପ୍ରତିବର୍ଷ ସେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରୁଛନ୍ତି କିନ୍ତୁ ୨୦୧୯ ମସିହା ପରଠୁ ଏହି ଫ୍ଲାଟ୍ କିମ୍ବା ଜମି ନେଇ ତଥ୍ୟକୁ ଲୁଚାଇଛନ୍ତି । 

ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ଆର ଭିନିଲକ୍ରିଷ୍ଣା ୨୦୧୯ ମସିହା ପରଠୁ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରୁଥିବା ବାର୍ଷିକ ସମ୍ପତ୍ତି ବିବରଣୀରେ ଖୋଲାଦ୍ୱାର ମୌଜାରେ ଥିବା ନିଜ ଜମିକୁ ନେଇ ତଥ୍ୟ ଦେଉନାହାନ୍ତି । ଯାହାକି ଏବେ ବି ବଳବତ୍ତର ରହିଛି । ଭିନିଲଙ୍କ ବ୍ୟାଚର ରାଜେଶ ପ୍ରଭାକର ପାଟିଲ ୨୦୧୮ ମସିହାରୁ ଏହି ଖୋଲାଦ୍ୱାର ସମ୍ପତ୍ତି ସମ୍ପର୍କରେ ତଥ୍ୟ ଲୁଚାଇ ରଖିଛନ୍ତି । ଯଦିଓ ଏହି ଦୁଇ ଅଫିସରଙ୍କ ନାଁରେ ଖୋଲାଦ୍ୱାର ମୌଜାର ଖତିୟାନ ୨୦୯ ଓ ୨୪୨ରେ ଜମି ଥିବା ଜଣାପଡ଼ିଛି । ସେହିପରି ଆଇପିଏସ୍ ଦୀପକ କୁମାର ପ୍ରତିବର୍ଷ ଏହି ଖୋଲାଦ୍ୱାର ଜମି ସମ୍ପର୍କରେ ବାର୍ଷିକ ସମ୍ପତ୍ତି ବିବରଣୀରେ ଉଲ୍ଲେଖ କରୁଥିଲେ ମଧ୍ୟ ଜମିର ମୂଲ୍ୟ ଏବେ ୨୦ଲକ୍ଷ ଟଙ୍କା ଥିବା ଦର୍ଶାଇଛନ୍ତି । ଏପରିକି ଜଟଣୀ ରାସ୍ତା ସମ୍ପ୍ରସାରଣବେଳେ ଆଇପିଏସ୍ ଦୀପକ କୁମାରଙ୍କ ପ୍ରାୟ ଏକ ହଜାର ବର୍ଗଫୁଟ ଜମିକୁ ସରକାର ଅଧିଗ୍ରହଣ କରିଥିବା ଜଣାପଡ଼ିଛି । ଆଇପିଏସ୍ ଆଶୀଷ ସିଂ ବାର୍ଷିକ ସମ୍ପତ୍ତି ବିବରଣୀରେ ଏହି ଜମି ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଓ ୨୦୨୩ ମସିହାରେ ଉକ୍ତ ସମ୍ପତ୍ତିର ପରିମାଣ ୪୩ଲକ୍ଷ ଟଙ୍କା ଦର୍ଶାଇଛନ୍ତି ।

ସର୍ବଭାରତୀୟ ସେବା(କଣ୍ଡକ୍ଟ) ରୁଲସ-୧୯୬୮ର ଧାରା ୧୬(୨)ର ପ୍ରାବଧାନରେ ପ୍ରତ୍ୟେକ ଅଫିସରଙ୍କ ପାଇଁ ପ୍ରତିବର୍ଷ ଜାନୁୟାରୀ ୩୧ତାରିଖ ପୂର୍ବରୁ ନିର୍ଦ୍ଧାରିତ ଫର୍ମାଟରେ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବା ବାଧ୍ୟତାମୂଳକ । ସେମାନେ ନିଜର ସମ୍ପତ୍ତିର କୌଣସି ତଥ୍ୟ ଲୁଚାଇବା ମଧ୍ୟ ସମୀଚୀନ ନୁହେଁ । ମାତ୍ର ଭୁବନେଶ୍ୱର ଉପକଣ୍ଠରେ ଜମି ସତ୍ତ୍ୱ  ରଖିଥିବା ଏହି ଅଣଓଡ଼ିଆ ବାବୁମାନେ କାହିଁକି ଓ କେଉଁ ଅଜଣା ଭୟରେ ନିଜର ବାର୍ଷିକ ସମ୍ପତ୍ତି ତାଲିକାରେ ତାକୁ ଦର୍ଶାଉନାହାନ୍ତି ତାହା ଏବେ ସାଧାରଣରେ ସନ୍ଦେହ ବଢ଼ାଇଛି । ବିଶେଷକରି ବିଜେଡି ପାଇଁ କର୍ପୋରେଟ ଚାନ୍ଦା ଯୋଗାଡ଼ କରିବା ଆଳରେ ଡିଏସ୍ କୁଟ୍ଟେଙ୍କ ବ୍ୟବସାୟିକ ଲିଙ୍କ୍ ତଥ୍ୟ ଧୀରେଧୀରେ ପଦାକୁ ଆସିବାରେ ଲାଗିଛି । 

ମୋଟ୍‌ ଉପରେ ବିଜେଡି ସରକାରରେ ଅଫିସରମାନେ ମନଇଚ୍ଛା ଶାସନ ଚଳାଇଥିଲେ । ମନଇଚ୍ଛା ଜମି ବି କିଣୁଥିଲେ । ଯାହାର ସତାସତ୍ୟ ଏବେ ସାମ୍ନାକୁ ଆସୁଛି । ପୂରା ଘଟଣାରେ ତଦନ୍ତ ହେଲେ ପ୍ରକୃତରେ କେତେ କିଏ ଜମି କିଣିଛନ୍ତି ତାହା ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
 

NAVEEN PATNAIK
3m ago
ସ୍ଥିତି ସମ୍ଭାଳିବାକୁ ନବୀନ ଡାକିଲେ ମିଟିଂ, ସବୁ ଓଲଟପାଲଟ ହେଲା...
ଅର୍ଗସ ବ୍ୟୁରୋ: ୨୪ ବର୍ଷର ଶାସନ ପରେ ଶାସକ ଦଳରୁ ଯାଇ ବିରୋଧୀ ଦଳରେ ବସିଲା ବିଜେଡି । କ୍ଷମତା ଚାଲିଯିବା ପରେ ଏବେ ଚିନ୍ତାରେ ନେତା ଓ କର୍ମୀ । କାରଣ ନିର୍ବାଚନରେ ବିଜେଡି ହାରିବା ପର
ଯକୃତ
6m ago
ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ
ଅର୍ଗସ ବ୍ୟୁରୋ: ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ । ଭାରତରେ ମୁଖ୍ୟତଃ ମେଦବହୁଳତା ସମସ୍ୟା ଯୋଗୁଁ ଅଣସଂକ୍ରାମକ ରୋଗ ଓ ମୃତ୍ୟୁ ବଢିବାରେ ଲାଗିଛି । ଏଥିରେ ଯକୃତ ସ୍ବାସ୍ଥ୍ୟ ଏ
JAJPUR
8m ago
ଯାଜପୁରରେ ବିକାଶ ନାଁରେ କୋଟି କୋଟି ଦୁର୍ନୀତି ! ୫ ବର୍ଷରେ ୧୦୦ କୋଟି ଖର୍ଚ୍ଚ, ଫଳ ଶୂନ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଯାଜପୁର । ଗତ ୫ ବର୍ଷରେ ଜିଲ୍ଲାରେ ବିକାଶ ନାଁରେ ପାଖାପାଖି ୧୦୦ କୋଟି ଖର୍ଚ୍ଚ କରିଥିଲା ବିଜେଡି । ହେଲେ ବିକାଶ କଣ ହେବ ବରଂ ଠିକାଦାର ଓ ନେତା ଉଭୟ